ସୁଧୁରୁନି ପାକିସ୍ତାନ : ଜମ୍ମୁକଶ୍ମୀର ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ, ଆରଏସପୁରା ସେକ୍ଟରେ ପାକ ସେନାର ଆଖିବୁଜା ଗୁଳିମାଡରେ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ

Advertisment
ସୁଧୁରୁନି ପାକିସ୍ତାନ : ଜମ୍ମୁକଶ୍ମୀର ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ, ଆରଏସପୁରା ସେକ୍ଟରେ ପାକ ସେନାର ଆଖିବୁଜା ଗୁଳିମାଡରେ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ

source : www.ndtv.com

କନକ ବ୍ୟୁରୋ : ରମଜାନ ମାସରେ ବି ସୁଧୁରୁନି ପାକିସ୍ତାନ । ଜମ୍ମୁକଶ୍ମୀର ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଛି ପାକ୍ ସୁରକ୍ଷା ବଳ । ଆରଏସପୁରା ସେକ୍ଟରେ ପାକ୍ ସେନାର ଆଖିବୁଜା ଗୁଳିମାଡରେ ଆଜି ସକାଳୁ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ସେହିପରି କଠୁଆ ଜିଲ୍ଲାର ହୀରାନଗର ସୀମାରେ ଗୁଳିମାଡ ହୋଇଛି । ମୋର୍ଟାର ମାଡରେ ସୀମାବର୍ତୀ ଗାଁର ବହୁ ଘର ନଷ୍ଟ ହୋଇଛି । ବିଏସଏଫର ପ୍ରାୟ ୪୦ଟି ପୋଷ୍ଟକୁ ଟାର୍ଗେଟ କରିଛି ପାକ୍ ସେନା । ଗତ ରାତିରେ ବାରମ୍ବାର ଗୁଳିମାଡ ଓ ମୋର୍ଟାର ମାଡ କରିଥିଲା । ଏଥିରେ ୪ନାଗରିକ ଆହତ ହୋଇଥିଲେ । ପରସ୍ଥିତିକୁ ନଜରରେ ରଖି ସୀମାଠାରୁ ୫କିଲୋମିଟର ଭିତରେ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।

ସ୍ଥିତିରେ ସୁଧାର ନ ଆସିବା ଯାଏଁ ସୀମାନ୍ତ ଗ୍ରାମଗୁଡ଼ିକରେ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷକରି ଆର୍.ଏସ୍.ପୁରା ଓ ଅର୍ନିଆ ସେକ୍ଟରର ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଏହି ଅଞ୍ଚଳର ସମସ୍ତ ସ୍କୁଲଗୁଡ଼ିକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ପାକିସ୍ତାନୀ ସେନାର ଏଭଳି ଅସ୍ତ୍ର ବିରତି ଉଲ୍ଲଂଘନର କଡ଼ା ଜବାବ୍ ଦେଇ ବିଏସ୍ଏଫ୍ ପକ୍ଷରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ପାକ୍ ସେନା ଅସ୍ତ୍ରବିରତି ନେବା ପାଇଁ କହିଥିଲା। କିନ୍ତୁ ଭାରତୀୟ ସେନା ଶାନ୍ତ ହୋଇଯିବା ପରେ ପାକିସ୍ତାନ ପୁଣି ପ୍ରଚଣ୍ଡ ଗୁଳି ବର୍ଷା କରି ସୀମାରେ ଉତ୍ତେଜନା ବଢ଼ାଇ ଦେିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe